ଘୋଡ଼ା ଡିମ୍ବ
ଘୋଡ଼ା ଡିମ୍ବ

ଘୋଡ଼ା ଡିମ୍ବ

ପ୍ରାୟ ୨୮ କି ୨୯ ବର୍ଷ ତଳର କଥାମହାପାତ୍ର ବାବୁ, ତାଙ୍କ ଧର୍ମ ପତ୍ନୀ ଟୁନା ମାଉସୀ ଆଉ ତିନି ଜଣ ଛୁଆଙ୍କ ରହୁଥିଲେ ଏଇ ଆମ କଟକର ଡଗରପଡ଼ାର ବଣିଆ ସାହିରେ, ଆମ ଘରର ପଡିଶା ଘର ସେଛୁଆ ତିନିଟା ଦୁଇ ଦୁଇ ବର୍ଷ ସାନ ବଡ଼ମହାପାତ୍ର ବାବୁଙ୍କୁ ଏଇ ୩୬ ବର୍ଷ ଆଉ ଟୁନାଦେବୀଙ୍କୁ ୨୭ କି ୨୮ ହେବ ଅତି ବେଶୀରେ, ସେ ସମୟରେ ଝିଅ ଗୁଡ଼ାକ ୧୮ କି ୧୯ ରେ ବାହା ହେଇଯାଉଥିଲେ, ଆମ ସମାଜର ନୀତିନିୟମ ଅନୁଯାୟୀ କୁଆଡ଼େ, ତେଣୁ ୨୭ କି ୨୮ ରେ ତିନି କି ଚାରିଟା ଛୁଆ କିଛି ବଡ଼ କଥା ନୁହେଁ | ବାବୁ ସବୁ ବେଳେ କାମ ଲାଗି ବାହାରେ ତେଣୁ ଟୁନା ମାଉସୀଙ୍କୁ ସବୁ ସମ୍ଭାଳିବାକୁ ପଡ଼େବନ୍ଧୁବାନ୍ଧବ କଟକ ଟାଉନଯାକରେ ଭରା, କିନ୍ତୁ କାମ ନପଡ଼ିଲେ ମୁହଁ ଟିକେ ବି ଦେଖାନ୍ତିନି କେହିପଡିଶାଘର ପମ୍ପୁ ମଉସା, ଭାଗୁ ମଉସା, ଟିଟନ ଭାଇ ଆଉ ଉପର ଘର ଲୋପାଦେଇଙ୍କୁ ଜେଜୀ ଏଇ ମାନେ ହେଲେ ବାବୁଆଣୀଙ୍କ ବେଳ ଅବେଳର ସାହା ଆଉ ଭରଷାସେଦିନ ମହାପାତ୍ରବାବୁ ଯାଇଥାନ୍ତି କୋରାପୁଟ, ଅଫିସ କାମରେ, ଦୁଇ ଦିନ ପରେ ଆସିବାର ଥାଏଘର କାମ ସାରି ଛୁଆଙ୍କ କାମ ସାରି ନିଶ୍ୱାସ ମାରିଲା ବେଳକୁ ଠିକ ଦିନ ତିନିଟାଖଟଟାରେ ଟିକେ ଗଡ଼ପଡ଼ ହଉ ହଉ କେତେବେଳେ ଯେ ନିଦ ଲାଗିଗଲା ତାଘନା ନାହିଁସମୟ ସନ୍ଧ୍ୟା ୫ଟା ବାଜି ଦଶ ମିନିଟ୍, ଜେଜୀ ଉପରେ ଥାଇ ଡାକ ଛାଡିଲେ, “ଆଲୋ ବେବି ବଉ ସନ୍ଧ୍ୟା ହେଲାଣିଲୋ ଶୋଇଛୁ ଏଯାଏଁ ଉଠି ପଡ଼େକହି ରଖେ ଯେ ବେବି ହେଲା ମଉସା ମାଉସୀଙ୍କ ବଡ଼ ଝିଅ, ମୋ ସାଙ୍ଗଧଡ଼ପଡ଼ ହେଇକି ଉଠିପଡ଼ିଲେ ଟୁନା ମାଉସୀ, ଦେଖିଲେ ସୂର୍ଯ୍ୟ ଅସ୍ତ ହବା ଲାଗି ସଜବାଜ ହେଲେଣିଛୁଆ ତିନିଟା ଅଗଣାରେ ଡିଆଁ ମାରୁଛନ୍ତି କେତେବେଳୁ ଉଠିକରିଠିକ ସେଇ ସମୟରେ କବାଟରେ ଠକ୍ ଠକ୍ ଆବାଜ କଲେ ଲୋପାଦେଇ, “ଆରେ ଆସ ଚୁଡ଼ିବାଲା ଆସିଛି ପରା ଦୁଇ ଡର୍ଜନ କିଣି ନିଅ ନାଲି ନେଳି ଦେଖିକି। “ଚୁଡ଼ିଗୁଡ଼ାକ ଭାରି ସୁନ୍ଦର ହେଇଚିଲୋ ଦେଇକହିକି ଟୁନା ମାଉସୀ ଡର୍ଜନଟେ ହାତରେ ଧରିଲେ । “ଭାଉଜ ପାଞ୍ଚ ଟଙ୍କା ଡର୍ଜନକହିଲା ଛୁଡ଼ିବାଲାକହିଲେ, ହେଁ ପାଞ୍ଚ ଟଙ୍କା, ଏଗୁଡ଼ାକ ସୁନା ନା ଚାନ୍ଦି, ତୁମ ମୁଣ୍ଡ ଠିକ ନାହିଁକି? “ଆରେ ନା ନା ରାଜସ୍ଥାନରୁ ଆସିଛି ଏଇ ପଥର ବସା ଯଉ ଚୁଡ଼ି, ଭାରି ଆଦର ଆଉ ଦର ବି ।” ନାମଁ ଦୁଇଟଙ୍କା ଦେବି, ଦବୁ ଯଦି ଦେ ନହେଲେ ଥାଉନା ନା ହବନି କହିକି ଚୁଡ଼ି ବାଲାଟା ଉଠିଗଲା ଝୁଡ଼ିଟାକୁ ମୁଣ୍ଡକୁ ଉଠେଇ, ନଛୋଡ଼ାବନ୍ଧା ସେମୂଲଚାଲ କଲେ ବି ଶୁଣିଲାନି, କହିଲା ଥାଉ ନନେଲେ ନିଅ, ମୋର ଆହୁରି ବଡ଼ ଗରାଖ ଅଛନ୍ତି ‘ । ମାଉସୀଙ୍କର ସେ କିଅବସ୍ଥା, ରାଗ ତମ ତମକୁ ଚୁଡ଼ିରେ ପୁଣି ମନ, ସିଆଡ଼େ ଦଶଟି ଟଙ୍କା ପଡ଼ିଛି ଘର ଚଳେଇବାକୁ ମାସକ ଲାଗି । “ହଉ ଥାଉ ଆଉ କେବେ ଦେଖିବାକହିକି ମନକୁ ମାରି ପଳେଇଲେ ଅଗଣା ଆଡ଼କୁସେତେବେଳେ ସାନଦିଟା ଚୁଟି ଟଣାଭିଡ଼ା ହେଲେଣି ଆଉ ତାସାଙ୍ଗକୁ କାନ୍ଦ ବୋବାଳି ବିରାଗରେ ତମତମ ହେଇ ଦୌଡ଼ି ଆସିଲେ ମାଉସୀ ବଡ଼ ପାଟିଟେ କରି ଛୁଆଗୁଡ଼ାଙ୍କ ଉପରେ, ଏକାଥରକେ ତିନିଟାଯାକ ଡିଆଁ ମାରି ଚମ୍ପଟ

ଆସିକି ଲୁଗା ବାହାର କଲେ ସନ୍ଧ୍ୟା ଦେବାକୁ ଯିବେ ବୋଲିସଞ୍ଜ ନଇଁ ଆସିଲାଣି, ଦାଣ୍ଡରେ ଛୋଟ ଛୁଆଗୁଡ଼ାଙ୍କର କୋଳାହଳସେଇ ସମୟରେ ସୁନୁପାମ୍ପୁଡ଼ି ବାଲାଟେ ଘଣ୍ଟି ବାଡ଼େଇ ସାଇକଲଟିଏ ଧରି ବଡ଼ ପାଟିରେ ଡାକ ଛାଡ଼ିଲାସୁନୁପାମ୍ପୁଡ଼ି ନବ ଗୋ ସୁନୁପାମ୍ପୁଡ଼ି, ପାଞ୍ଚ ପଇସା ପେକେଟକୁ ପାଞ୍ଚ ପଇସା ।” ବଡ଼ ପୁଅ ଖନା ଆସିକି ବଉ କାନି ଟାଣିକି କହିଲାଏଇଟା ? ମୁଁ ଖାଇବି ମୋତେ ଦେ“…. ମାଉସୀ ଚିଡ଼ିକି ଥିଲେ, କହିଲେ ଏଇଟା ହେଲା ଘୋଡା ଡିମ୍ବ, ଖାଆନି ଯାଖେଳିବୁଖନା କଉ ଶୁଣେ, ଜିଦି ଧରିକି ତଳେ ଗଡ଼ିଲା ବୋଉଲୋ ମୋତେ ଘୋଡା ଡିମ୍ବ ଦେ, ମୁଁ ଖାଇବି….. ମାଉସୀଙ୍କ ସବୁ ରାଗ କୁଆଡ଼େ ପଳେଇଲା ଚଟ୍କରିହସି ହସି ପେଟ ଦରଜ, ଶୁଣିକି ଖନାର ଘୋଡା ଡିମ୍ବର ରାଗଭୈରବୀଖନାକୁ ବୁଦ୍ଧି ହେଲା ଯାଏ ଯେବେ ସୁନୁପାମ୍ପୁଡ଼ି ବାଲା ଘର ବାଟ ଦେଇ ଯାଏ, ସେ ଜିଦି କରେ ସେଇ ଅପୂର୍ବ ଘୋଡା ଡିମ୍ବ ଖାଇବା ପାଇଁ, ଆଉ ଆମେ ସବୁ ହସି ହସି ବେଦମ ହେଇଯାଉ ।।

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

Leave a Reply

Close Menu