You are currently viewing ଚକା ଆଖି
ଚକାଆଖି

ଚକା ଆଖି

ଚକା ଆଖି ଆହେ ଚକା ଆଖି
ଚକା ଆଖି ଆହେ ଚକା ଆଖି
ତୁମେ ଥାଉ ହେଲି ନିରିମାଖି
ଚକା ଆଖି ଆହେ ଚକା ଆଖି ॥

ବଡ଼ ଦେଉଳରେ ରତନ ବେଦିରେ
ପରମ ଆନନ୍ଦେ ଥାଅ ବସି
ଆରତ ଡାକିଲେ ଶୁଣ କି ନ ଶୁଣ
ରଙ୍ଗ ଅଧରରେ ଦିଅ ହସି
କା’ର ଦୁଃଖେ ସୁଖେ କି ଯାଏ ତୁମର
ତୁମେ ତ’ ଆପଣେ ମହାସୁଖି ॥

ଷାଠିଏ ପଉଟି ଭୋଗର ସମ୍ଭାରେ
ପାରେ ନାହିଁ ତୁମ୍ଭ କ୍ଷୁଧା ମେଣ୍ଟି
କସ୍ତୁରୀ ଚନ୍ଦନ ଅଗୁରୁ କର୍ପୂର
ଅଷ୍ଟ ଗନ୍ଧ ହୁଅ ଅଙ୍ଗେ ମାଖି
ମଣିମା ମଣିମା ମଣିମା ମଣିମା
ଡାକି ଡାକି ଯାଏ କଣ୍ଠ ଶୁଖି ॥

ବେଦ ପୁରାଣରେ ନିଗମ ଶାସ୍ତ୍ରରେ
ତୁମ ଯଶ ଗାଥା ଲେଖା ଅଛି
ସୁର ସୁରପତି ମୁନି ରୁଷି ଯତି
ଗୁଣୁଥାନ୍ତି ଶଙ୍କର ବିରଞ୍ଚି
ଦୁଃଖରେ ହେଉ କି ସୁଖରେ ବି ହେଉ
ତବ ପଦେ ମନ ଥାଉ ଲାଖି ॥

ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।