You are currently viewing ଭାବନା ଅନନ୍ତ
ଭାବନା ଅନନ୍ତ

ଭାବନା ଅନନ୍ତ

ଭାବନା ଅନନ୍ତ ଶବ୍ଦ ସୀମିତ ।
କହିବି ବା କଅଣ
ଲେଖିବି ବା କଅଣ
ତମସା ଅନନ୍ତ ଦୀପ ସୀମିତ ।
ଭାବନା ଅନନ୍ତ ଶବ୍ଦ ସୀମିତ ॥

ପୂର୍ଣ୍ଣ ଜୀବନ, ଅଭାବ ଅଛି ତଥାପି
କଳ୍ପନା ଅତୀତ ଏ ଭାବ ଅଛି ତଥାପି ।
ଦେବ ଆଶୀଷ ବା ମିଳିବ କାହିଁ
ଅର୍ଚ୍ଚନା ଅନନ୍ତ ପୂଜା ସୀମିତ ।
ଭାବନା ଅନନ୍ତ ଶବ୍ଦ ସୀମିତ ॥

ନିରାଶାର ନୁହଁ ଭୟ ଆଶାର
ସୁରଭିର ନୁହଁ ମୋହ ପୁଷ୍ପର
ବୃତ୍ର ଅନ୍ତ ଇନ୍ଦ୍ର କରିବେ କେମିତି
ଦଧୀଚି ଅନନ୍ତ ଅସ୍ଥି ସୀମିତ
ଭାବନା ଅନନ୍ତ ଶବ୍ଦ ସୀମିତ ॥

ଜାଣେ ପୁଣ୍ୟ କିନ୍ତୁ କରି ପାରେନି
ଜାଣେ ପାପ କିନ୍ତୁ ଛାଡ଼ି ପାରେନି
ନଚିକେତା ମୋକ୍ଷ ପାଇବ କେମିତି
ପୁନଃ ଜନ୍ମେ ଯେଣୁ ଆଶା ଜଡ଼ିତ
ଭାବନା ଅନନ୍ତ ଶବ୍ଦ ସୀମିତ ॥

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଖିଳ ଚଦ୍ର ପାଢ଼ୀ ପେଶାରେ ଜଣେ ଚାଟର୍ଡ଼ ଆକାଉଣ୍ଟାଣ୍ଟ ଏବଂ ନିଶା ତାଙ୍କର ଗପ କବିତା ଆଦି ଲେଖିବା । ଫାଙ୍କା ସମୟରେ ସେ ଋକ୍ ବେଦ ସହ କିଛି ବେଦ ତଥା ପୂରାଣ ଆଦିର ଓଡ଼ିଆ ଅନୁବାଦ କରନ୍ତି ଏବଂ ଗୁଗଲ୍ ଟ୍ରାନ୍ସ୍‌ଲେଟ୍ ଭଳି କିଛି ସ୍ଥାନରେ ମଧ୍ୟ ତାଙ୍କର ଅବଦାନ ରହିଛି ।