You are currently viewing ଆସ ପ୍ରଭୁ
ଆସ ପ୍ରଭୁ

ଆସ ପ୍ରଭୁ

ଆସ ପ୍ରଭୁ ବସ ମୋର ହୃଦ କନ୍ଦରେ
ଛାଡ଼ିବନି କେବେ ମୋତେ ଭଲ ମନ୍ଦରେ,
ଭଲ ମନ୍ଦ ସବୁ ମହାପ୍ରସାଦ
ସେ ମହାପ୍ରସାଦେ ମୋ ମନ ମୋଦ
ଭକତି ପୁଷ୍ପାଞ୍ଜଳି ଶ୍ରୀ-ପାଦ ଦ୍ଵନ୍ଦରେ ॥

ବୈନତେୟ ଠାରୁ ବଳି ଆସନ କାହିଁ
ତାମରସ ଠାରୁ ବଳି କୁସୁମ କାହିଁ,
ତୋଷେ ସରସ୍ଵତୀ ବୀଣା ଝଙ୍କାର
କି ଦେଇ ପାରିବି ମୁଁ ନୁହେଁ ମୋର
ତୋଷି ପାରିବି କି ମୁହିଁ ଗୀତ ଛନ୍ଦରେ ॥

ମୃଦୁ ତଳପ ଯାହାର ନାଗ ଅନନ୍ତ
ନାଭି-କମଳରୁ ପଦ୍ମ-ଯୋନି ସମ୍ଭୁତ,
ନୟନ ବେନି ଯାର ରବି ଚନ୍ଦର
ବର୍ଣ୍ଣିବା ଶକତି କାହିଁ ବା ମୋର
ଶରଣ ମାଗେ ଚରଣ ଅରବିନ୍ଦରେ ॥

ଅଶୋକ କୁମାର ପାଠୀ

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ଅଶୋକ କୁମାର ପାଠୀ ମୁଖ୍ୟତଃ ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର ଆଧ୍ୟାତ୍ମିକ ଭଜନ ଓ କବିତା ଆଦି ରଚନା କରିଥାନ୍ତି ।