You are currently viewing ଅସମୀପ ସମ୍ପର୍କ
ଅସମୀପ ସମ୍ପର୍କ

ଅସମୀପ ସମ୍ପର୍କ

ସାଥେ ଥିଲେ ତୁମେ ଭଲଲାଗେ ମତେ
ତୁମ ନାଁ ଡାକିବାକୁ
ଏକା ଥିଲେ ମୁହିଁ ଭଲଲାଗେ ମତେ
ତୁମ ଛବି ଦେଖିବାକୁ ॥

ବିତି ଯାଏ ଦିନ ପାହି ଯାଏ ରାତି
ସରେ ନାହିଁ ମଧୁଗୀତି
ସାଥେ ଥିଲେ ତୁମେ ଭଲ ଲାଗେ ମତେ
କରିବାକୁ ଚୋରାପ୍ରୀତି ॥

ଫିକା ଲାଗେ ରଙ୍ଗ ତିକ୍ତ ଶୁଭେ ରାଗ
ସାଥି ତୁମ ବିରହରେ
ତୁମ ବିନା ପ୍ରିୟା ଚାନ୍ଦ ଲାଗେ ଅଧା
ପୂର୍ଣ୍ଣ ଫଗୁ ପୂର୍ଣ୍ଣିମାରେ ॥

ଧରି ଥାଏ ଡୋର ଓଠ ରଙ୍ଗ ତୋର
ଟାଣି ନିଏ ତୋ’ ପାଖକୁ
ଗୋରା ଗାଲେ ତୋର ପଡ଼ିଥିବା କେଶ
ଭଲ ଲାଗେ ଫୁଙ୍କିବାକୁ ॥

ଘୁରି ବୁଲୁଥାଏ ପାଦର ପାଉଁଜି
କରି ରୁଣୁଝୁଣୁ ଶବ୍ଦ
ଛମଛମ ତୋର କାନର ଝୁମକା
ହଜେଇ ଦିଏ ମୋ ନିଦ ॥

ତୋ ଆଖି ଭିତରେ ଛବି ମୋ ମୁହଁର
ଭଲ ଲାଗେ ଦେଖିବକୁ
ତୋ କୋଳ ଝୁଲିରେ ମଥା ରଖିମୋର
ଭଲ ଲାଗେ ଶୋଇବାକୁ ॥

ବି. ଜେନା

Comments

comments

ଅନ୍ୟମାନଙ୍କ ସହ ସେୟାର କରନ୍ତୁ...

ବି. ଜେନା ଓଡ଼ିଆ ଭାଷାରେ ବିଭିନ୍ନ ପ୍ରକାରର କବିତା ରଚନା କରନ୍ତି । ସେ ସ୍ମୁଲ୍ ଆପ୍‌ରେ ଅନେକ ଓଡ଼ିଆ ଏବଂ ହିନ୍ଦୀ ଗୀତ ମଧ୍ୟ ଗାଇଛନ୍ତି ।